Other Activities

Other Activities

Patriotism In Action ପ୍ରୟୋଗରେ ଦେଶପ୍ରେମ

ଦେଶପ୍ରେମ କଣ ଖାଲି ଭାରତମାତା କି ଜୟ ସ୍ଲୋଗାନ ରେ ସରିଯାଏ? କେବଳ କଣ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ ସମୟରେ ଉଦ୍ରେକ ହେଉଥିବା ଏହା ଏକ ଉପର ଠାଉରିଆ ଧାରଣା? ସିନେମା ପରଦାରେ ବା ଦେଶପ୍ରେମୀ ସଂଗୀତରେ, ବା ଫେସବୂକ ପୋଷ୍ଟରେ କଣ ସୀମିତ ଏହାର ପରିପ୍ରକାଶ ? ନା ଦେଶପ୍ରେମ ଆଉକିଛି ହୋଇପାରେ ? ଏକ ସଫଳ ଓ ସାର୍ଥକ ଜୀବନଟିଏ ବଂଚିହେବାର ସୂତ୍ର କଣ ଦେଶପ୍ରେମରେ ନିହିତ ଥାଇପାରେ ? ଏମିତି କିଛି ପ୍ରଶ୍ନ ଆଧାରରେ ବନ୍ଧୁ ଆୟୋଜନ କରୁଛି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ କାର୍ଯ୍ୟକ୍ରମ - ପ୍ରୟୋଗରେ ଦେଶପ୍ରେମ - ଆସନ୍ତା ଗାନ୍ଧୀଜୟନ୍ତୀରେ | କେମିତି ଆମେ ନିଜର ଜୀବନଚର୍ଯ୍ୟାରେ ଦେଶକୁ ବଞ୍ଚିପାରି ନିଜର ତଥା ଦେଶବାସୀଙ୍କ ଜୀବନରେ ଗୁଣାତ୍ମକ ପରିବର୍ତ୍ତନ ଆଣିପାରିବା ଓ ଦେଶ ସାମ୍ନାରେ ଆଜି ଛିଡାହୋଇଥିବା ସମସ୍ୟା ସହ ଯୁଝିବା ଓ ତାହାର ସମାଧାନ ଦିଗରେ ହାତ ଧରାଧରି ହୋଇ ଆଗେଇ ଯିବା । ସେ ଦିଗରେ ଏହା ଏକ ବିନମ୍ର ପ୍ରୟାସ | ଏଥିରେ ସାମିଲ ହେବାପାଇଁ ଆପଣଙ୍କୁ ନିମନ୍ତ୍ରଣ।




You can contact us on Mob. No. 8249161884 in case of any query.

"Service grows brighter when many hands and hearts come together."

"ଅନେକ ହାତ ଓ ହୃଦୟ ଏକାତ୍ମ ହେଲେ ସେବା ଅଧିକ ଉଜ୍ଜ୍ୱଳ ହୁଏ।"

Be a Bandhu